ଲାଠିକଟା: ଲାଠିକଟା ବ୍ଲକ ଅନ୍ତର୍ଗତ ଅସୁରଛାପଲ ଗଞ୍ଜୁଟୋଲି ଓ ଡୋଲାକୁଦର ଗ୍ରାମରେ ବନ ବିଭାଗ ଚଢ଼ଉ କରି ବହୁ ପରିମାଣର ଚୋରା କାଠ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି। ଅସୁରଛାପଲ ଗଞ୍ଜୁଟୋଲିରେ ଚୋରା କାଠ ଥିବା ସଂପର୍କରେ ରେଞ୍ଜର ଦୁର୍ଯ୍ୟୋଧନ ସାହୁ ସୂଚନା ପାଇ ବନ ବିଭାଗ କର୍ମଚାରୀଙ୍କୁ ଚଢ଼ଉ କରିବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଗ୍ରାମର ଧନ ସିଂ(୪୩), ଶୁକ୍ରା ଓରାମ(୨୮), ନିତ୍ୟାନନ୍ଦ ବିନ୍ଧାଣୀ(୪୩), ତାପସ ଜେନା(୨୩), ସୋନୁ ବଡ଼ାଇକଙ୍କ ଘରେ ଚଢ଼ଉ କରି ବହୁ ପରିମାଣର ସାଗୁଆନ ଓ ଶାଳ କାଠ ଜବତ କରାଯାଇଥିଲା। ସେହିପରି ଆମ୍ବଝରଣ ଗ୍ରାମର ଅମୂଲ ମୁଣ୍ଡା ଓ ପ୍ରତାପ ଡେଲମିଙ୍ଗ ସାଇକଲରେ କାଠ ସିଲପଟ୍ ବୋଝେଇ କରି ବିକ୍ରି କରିବାକୁ ଯାଉଥିବାବେଳେ ଡୋଲାକୁଦର ନିକଟରେ ବନବିଭାଗ ହାବୁଡ଼ରେ ପଡ଼ିଥିଲେ। ଉଭୟ ସ୍ଥାନରୁ ଜବତ ହୋଇଥିବା ଚୋର କାଠର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେବ। ବିନ ବିଭାଗ ପକ୍ଷରୁ ଚୋରା କାଠ ବିକ୍ରି ଅଭିଯୋଗରେ ସମସ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଡେପୁଟି ରେଞ୍ଜର ଅଜୟ ପଣ୍ଡା, ଫରେଷ୍ଟର ସୁକପାଣି ଦାଶ, ରଶ୍ମି ରଞ୍ଜନ ରାଉଳ, ବୀରେନ୍ଦ୍ରନାଥ ମିଶ୍ର, ରାଜେଶ ଜ୍ୟୋତିଷି, ଦୀପକ ମଲ୍ଲିକ, ସ୍ନେହାଞ୍ଜଳି କାକ ପ୍ରମୁଖ ସାମିଲ ହୋଇଥିଲେ।
ଚୋରା କାଠ ସହ ୭ ଗିରଫ:ବନ ବିଭାଗର ଚଢ଼ଉ
/sambad/media/post_attachments/wp-content/uploads/2018/03/rkl10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)