ରାଉରକେଲା: ରାଉରକେଲା ସହର ମା’ଙ୍କ ଆଗମନ ପାଇଁ ବେଶ ଚଳଚଞ୍ଚଳ ହୋଇଉଠିଛି। ପୀଠରେ ଯେମିତି ଭକ୍ତିର ପରିବେଶ ରହିଛି ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ସେମିତି ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି ।
ଆଜି ଅଷ୍ଟମୀପୂଜା ଥିବାରୁ ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି। ଚଳିତବର୍ଷ ବର୍ଷା ଧୋଇ ଦେବ କି ପୂଜା ବୋଲି ଲୋକଙ୍କ ମନରେ ଛନକା ଭରି ରହିଥିବା ବେଳେ ଅପରାହ୍ନ ଯାଏଁ ପାଖ ଶୁଖିଲା ରହିଛି।
ଦିନ ୧୨ପରଠାରୁ ଛୋଟ ଠାରୁ ବଡ଼ ପ୍ରତିଟି ପୂଜା ମଣ୍ଡପଗୁଡ଼ିକରେ ଅଷ୍ଟମୀପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି। ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଅଷ୍ଟମୀପୂଜା କରିବେ ସେ ନେଇ ବିଶେଷ ବ୍ୟବସ୍ଥା କରାଯାଇଛି। ମଣ୍ଡପଗୁଡ଼ିକରେ ବାଜୁଥିବା ଢାକ୍ ବାଜାର ଧ୍ବନୀରେ କମ୍ପି ଉଠୁଛି ସହର। ଚାରିଆଡେ ଭରି ରହିଛି ମା’ଙ୍କ ମହକ।
ଅଷ୍ଟମୀପୂଜା ଶେଷ ପରେ ଶ୍ରଦ୍ଧାଳୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମା’ଙ୍କ ନିକଟରେ ଏତିକି ପ୍ରାର୍ଥନା ସଦା ସର୍ବଦା ମୋ ପରିବାରକୁ ଘଣ୍ଟ ଘୋଡାଇ ରଖିଥାଉ।’
ଅନ୍ୟ ଜଣେ ଶ୍ରଦ୍ଧାଳୁ କୋହଭରା କଣ୍ଠରେ କହିଛନ୍ତି, ‘କିଛିଦିନ ତଳେ ମୋ ଶରୀର ଅସୁସ୍ଥ ଥିଲା। ଭାବିଥିଲି ମା’ଙ୍କ ଅଷ୍ଟମୀପୂଜା କରି ପାରିବି ନାହିଁ। କିନ୍ତୁ ମା’ର ମହିମା ଖୁବ ବଡ଼। ମୋତେ ସେ ସୁସ୍ଥ କରି ଦେଲା। ମୁଁ ମୋ ପରିବାର ସହିତ ବେଶ ଭଲରେ ଅଷ୍ଟମୀପୂଜା କରି ଘରକୁ ଫେରୁଛି। ପୁଣି ଅପେକ୍ଷା ଆରବର୍ଷକୁ...ମା’କୁ ଏତିକି ପ୍ରାର୍ଥନା ସେ ସମାଜର ମଙ୍ଗଳ କରୁ। ବୃଦ୍ଧି ପାଉଥିବା ଅନ୍ୟାୟ ଅତ୍ୟାଚରକୁ ହ୍ରାସ କରୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/30/new-project-44-2025-09-30-14-53-04.jpg)