ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇକୁ ଏନଏସି ଘୋଷଣା କରାଯିବା ଦାବିରେ ବଣାଇ ବିଜେଡ଼ି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ହୋଇଛି। ସମସ୍ତ ଦୋକାନ, ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟରେ ଗତ ୧୬ ତାରିଖରେ ୧୨ ଗୋଟି ନୂତନ ଅଞ୍ଚଳକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ନୂତନ ୧୬ ଗୋଟି ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି l ଦୁଇଟି ଯାକ ପର୍ଯ୍ୟାୟରେ ବଣାଇ ସ୍ଥାନ ପାଇନଥିବା ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ପୂର୍ବରୁ ବିଜୁ ଜନତା ଦଳ ଶାସନରେ ଥିବା ସମୟରେ ରାଜ୍ୟରେ ସମୁଦାୟ ୩୪ ଟି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିଲେ। ଯେଉଁ ତାଲିକାର ଦ୍ଵିତୀୟ ସ୍ଥାନରେ ଥିବା ବଣାଇଁକୁ ବର୍ତ୍ତମାନର ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା ନକରିବା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l
ଯାହାଫଳରେ ବିଭିନ୍ନ ଛକରେ ରାସ୍ତା ଘାଟରେ ଟାୟାର ରଖିବା ସହ ବଡ଼ ଗାଡିକୁ ଛାଡୁନାହାନ୍ତି ପ୍ରତିବାଦକାରୀ। ପିକେଟିଙ୍ଗ କରି ସ୍କୁଲକୁ ଯାଇ ସମସ୍ତ ସ୍କୁଲ, ସରକାରୀ କାର୍ଯ୍ୟାଳୟ ସମ୍ବୁଖରେ କର୍ମୀ ଜଗି ବସିଛନ୍ତି ଓ ବନ୍ଦକୁ ସମୂର୍ଣ୍ଣ ସଫଳ କରିବା ପାଇଁ ନିବେଦନ କରୁଛନ୍ତି l ଅପରପକ୍ଷରେ ସ୍ୱତଃପ୍ରବୃତ୍ତ ଭାବେ ଦୋକାନ ବଜାର ବନ୍ଦ ରହିଛି, ବସ ଚଳାଚଳ ବନ୍ଦ ରହିଛି । ବଣାଇ ପୁଲିସ କୌଣସି ଅପ୍ରୀତିକର ଘଟଣା ଯେମତି ନଘଟେ ସେନେଇ ଆବଶ୍ୟକୀୟ ପୁଲିସ ମୃତୟନ କରି ସତର୍କ ଦୃଷ୍ଟି ରଖିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/13/new-project-40-2025-09-13-13-08-54.jpg)