ସୁନ୍ଦରଗଡ଼: ଆଜି ସକାଳ ୬ଟ‌ାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ। ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି ନେଇ କୋଶଲ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମହାବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାଵ ପଡ଼ିଛି ସୁନ୍ଦରଗଡ଼ ସହରରେ। କୋଶଳ ସେନା ପିକେଟିଙ୍ଗ କରି ଗାଡ଼ି ମଟର ବନ୍ଦକରିବା ସହ ଦୋକାନ ବଜାର ବନ୍ଦ କରିଥିବା ବେଳେ ଜରୁରୀକାଳୀନ ସେବା ଚାଲୁ ରହିଛ। ମୁଖ୍ୟ ଛକମାନଙ୍କରେ କୋଶଲ ମୁକ୍ତି ମୋର୍ଚ୍ଚାର ସଂଗଠନର ସଦସ୍ୟମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବାରୁ ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବି କରି ଆଜି ଏହି ମହାବନ୍ଦ ଡାକରା ଦିଆଯାଇଛି l ସୁରକ୍ଷା ବ୍ୟବସ୍ଥା କୁ ଆଖିଆଗରେ ରଖି ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ ରହିଛନ୍ତି ।