ରାଉରକେଲା: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର ) ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦରେ ଆଜି ଆଦିବାସୀ ଓ ଦଳିତ ମଞ୍ଚ ସମୂହ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଉରକେଲା ସହରରେ ବନ୍ଦର ପ୍ରଭାବ ଏତେଟା ଦେଖିବାକୁ ମିଳିନି। ସକାଳୁ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଘରୋଇ ବସ ଚଳାଚଳ ବନ୍ଦ ରହିଛି। ମୋ ବସ ଓ ଅଟୋ ଚଳାଚଳ କରୁଛି। କେତେକ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ,କଲେଜ ବନ୍ଦ ରହିଛି। କିଛି ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି।