ରାଉରକେଲା: ମିଳିତ ଟ୍ରେଡ଼ ୟୁନିୟନ ଓ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ଭାରତ ବନ୍ଦ କରାଯାଇଛି। ରାଉରକେଲା, କୋଇଡା, ବଣାଇ, ଲହୁଣୀପଡା, ରାଜଗାଙ୍ଗପୁର ସମେତ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଉରକେଲା ସହରରେ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି।

Advertisment

publive-image

ମିଳିତ ଟ୍ରେଡ ୟୁନିୟନର ଶ୍ରମିକ ନେତାମାନେ ପିକେଟିଂ କରି ଦୋକାନ ବଜାର, ସରକାରୀ ଅନୁଷ୍ଠାନ ବନ୍ଦ କରୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ଏମଏସପିରେ ଗ୍ୟାରେଣ୍ଟି ଦାବି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରାଯାଉଛି। ସାରା ଭାରତରେ ପୂର୍ବ ଘୋଷଣା ଅନୁଯାୟୀ ଚାଷୀ ଭାରତ ବନ୍ଦ ପାଳନ କରୁଛନ୍ତି। ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି, ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଛି। ବନ୍ଦ ପାଳନ କରି ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି କୃଷକ ସଂଗଠନ। ଏହି ବନ୍ଦ ଡାକରାକୁ ଟ୍ରେଡ ଓ ଟ୍ରକ ସଙ୍ଗଠନ ମଧ୍ୟ ସମର୍ଥନ କରିଛନ୍ତି। ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ କୃଷକ ସଙ୍ଗଠନର ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।