ସୁନ୍ଦରଗଡ଼: ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ବାନ କ୍ରମେ ସୁନ୍ଦରଗଡ଼ ଜିଲ୍ଲା ମହକୁମା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୋକାନବଜାର, ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଵନ୍ଦ ଯୋଗୁଁ ଖଣିଜ ଓ ଅନ୍ୟ ପରିବହନ ମଧ୍ୟ ବନ୍ଦ ରହିଛି।
/sambad/media/post_attachments/wp-content/uploads/2021/09/00143ee2-c302-49a8-a117-0791328e2be6.jpg)
କଂଗ୍ରେସ, ସିପିଆଇ ସହ ବିଭିନ୍ନ ରାଜନୈତିକ ଦଳ, ଚାଷୀ ସଂଗଠନ ସକାଳୁ ସହରର ପ୍ରମୁଖ ଛକ, ବ୍ୟାଙ୍କ ଓ ସରକାରୀ, ଵେସରକାରୀ ଅଫିସ, କୋର୍ଟ ଆଗରେ ପିକେଟିଂ କରି ବନ୍ଦ କରିଛନ୍ତିl ଚାଷୀ ସଂଗଠନର ପ୍ରମୁଖ ଦାବିଗୁଡିକ ମଧ୍ୟରେ ୩ କୃଷି ଆଇନ୍ ବାତିଲ,୨୦୨୦ ବିଦ୍ୟୁତ୍ ବିଲ୍ ବାତିଲ,୧୯୫୫ ମସିହାର ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ବିଲ୍ ବାତିଲ, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର ଆଦି ରହିଛି l ଶାନ୍ତିଶୃଙ୍ଖଳା ପାଇଁ ସହରରେ ପୁଲିସ ମୁତୟନ କରାଯାଇଛି। କଂଗ୍ରେସର ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀ, ବରିଷ୍ଠ ନେତା ନିମାଇଁ ଚରଣ ନାଏକ, ନଗର ସଭାପତି ନେପାଳ ଚନ୍ଦ୍ର ସାହୁ, ଵରିଷ୍ଠ ନେତା କାଳୀପଦ ସାମଲ, ପ୍ରଣବ ସିଂହ, ସିପିଆଇଏମର ଅଶୋକ ଦାଶ ପ୍ରମୁଖ ପିକେଟିଂର ନେତୃତ୍ଵ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/949ab9ea-f1f7-47ee-a6d1-cd0f2dff3901.jpg)