ସୁନ୍ଦରଗଡ଼: ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ମୃତ

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟରେ ଶନିବାର ଏକ ଅଜଣା ବୋଲେରୋ ଧକ୍କା ଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ବିଜୁ ଏକ୍ସପ୍ରେସ ଦେଇ ସୁନ୍ଦରଗଡ଼ରୁ ବାଇକ୍‌ରେ ଫେରୁଥିବା ବେଳେ କୁତ୍ରା ଥାନା ଅନ୍ତର୍ଗତ ଖକକୁନବାହାଲ ଗ୍ରାମର ମହମ୍ମଦ ଶାହରୁଲ ଓ ତାଙ୍କ ସାଥୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବୋଲେରୋ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଘଟଣାରେ ଆଜି ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ରାସ୍ତାକଡ଼ର ଗଛରେ ପଟିବାରୁ ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ ଅନ୍ତର୍ଗତ ଗୁରୁଣ୍ଡିଆ ଥାନା ଅଧିନ ସିଲ୍‌ଭାନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ୯ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର