ବୀମା ଏଜେଣ୍ଟ ସୁଜାତା ହତ୍ୟା ମାମଲାରେ ୨ ଗିରଫ

ରାଉରକେଲା : ଜୀବନ ବୀମା ଏଜେଣ୍ଟ ସୁଶ୍ରୀ ସୁଜାତା ମହାପାତ୍ରଙ୍କୁ ନାରକୀୟ ହତ୍ୟା କରାଯିବାର ୨୬ ଦିନ ପରେ ପୁଲିସ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ-ରାଉରକେଲା ତାରିଣୀପାଲିର ସାଗର ମୁଖୀ ଓ ଭୋଲେ ମୁଖୀ। ସେମାନଙ୍କ ସୂଚନା ଆଧାରରେ ପୁଲିସ୍‌ ଏକ ଡ୍ରେନ୍‌ରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ପାଇପ୍‌ ଓ ଭୁଜାଲି ଜବତ କରିଛି। ଅଭିଯୁକ୍ତ ସାଗର ଶାଶୁଙ୍କ ଦଶାହ ଖର୍ଚ୍ଚ ପାଇଁ ସୁଜାତାଙ୍କୁ ଟାର୍ଗେଟ କରି ଭୋଲେ ସହାୟତାରେ ହତ୍ୟା କରିଥିବା ସେକ୍ଟର-୭ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର