ରାଉରକେଲା: ଜାତୀୟ ରାଜପଥ ମରାମତି ଦାବି ନେଇ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଗତ ଅକ୍ଟୋବର ୧୭ ତାରିଖରେ ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଦଶ ଦିନ ଭିତରେ ରାସ୍ତା କାମ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ଇତିମଧ୍ୟରେ ୨୦ ଦିନ ବିତି ଯାଇଥିଲେ ମଧ୍ୟ୍ୟ କୌଣସି ସୁଫଳ ନ ମିଳିବାରୁ ପୁଣି ରାଜପଥ ଅବରୋଧ ସହ ସମ୍ପୂର୍ଣ୍ଣ ବୀରମିତ୍ରପୁର ବନ୍ଦ ଡାକରା ଦେଇଛି ବୀରମିତ୍ରପୁର ବିକାଶ ମଞ୍ଚ।
/sambad/media/post_attachments/wp-content/uploads/2022/11/8ef31434-5634-465b-9215-4687880259cf.jpg)
ବୀରମିତ୍ରପୁର ଜାତୀୟ ରାଜପଥ ୧୪୩କୁ ୧୨ ଘଣ୍ଟା ପାଇଁ ଅବରୋଧ କରାଯାଇଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ବନ୍ଦ ରହିବା ସହ ବୀରମିତ୍ରପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବୀରମିତ୍ରପୁର ତଲସରା, ନୂଆ ବସଷ୍ଟାଣ୍ଡ, ଚାଇନା ଟାଉନ୍ ଏବଂ ଓଡିଶା ଝାରଖଣ୍ଡ ସୀମାରେ ବ୍ୟାରିକେଡ ଲଗାଇ ରାସ୍ତାକୁ ଅବରୋଧ କରାଯାଇଛି।ଏବେ ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ଯାରେ ଯାନବାହାନ ଅଟକି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବୀରମିତ୍ରପୁର ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bira.jpg)