ରାଉରକେଲା: ସାଧାରଣ ନିର୍ବାଚନ ଘୋଷଣା ପରେ ରାଉରକେଲା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର- ୬ ଏକ୍ତା କ୍ଳବ୍ ବସ୍ତିରେ ବନ ବିଭାଗ ଦ୍ଵାରା ମାନବିକ ବସ୍ତି ଉଚ୍ଛେଦ କରାଯାଉଥିଲା। ଏହି ଉଚ୍ଛେଦକୁ ବିରୋଧ କରି ବିଜେପି ଜିଲ୍ଲା ସଭାନେତ୍ରୀ  ଲତିକା ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେପିର ଏକ ପ୍ରତନିଧି ମଣ୍ଡଳୀ ରାଉରକେଲା ବନଖଣ୍ଡ ଅଧିକାରୀଙ୍କୁ ଭେଟି ତାଙ୍କୁ ଆପତ୍ତି ଓ ଅଭିଯୋଗ କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ, ନିର୍ବାଚନ ପ୍ରକିୟାରେ ରାଜନୈତିକ ଦଳମାନେ ବ୍ୟସ୍ତ ଥିବା ବେଳେ ଏହି ଅମାନବିକ କାର୍ଯ୍ୟକଳାପକୁ ତତ୍କାଳ ବନ୍ଦ କରିବା ପାଇଁ ଦାଵୀ କରିଛନ୍ତି। ଏହି ବସ୍ତି ଗୁଡିକରେ ଅଧିକାଂଶ ଜନଜାତି ଏବଂ ଦଳିତ ସମାଜ ବସବାସ କରୁଛନ୍ତି। ଶାସକ ଦଳର ଇଙ୍ଗିତରେ ବସ୍ତି ଉଚ୍ଛେଦ କରାଯାଉଥିବା ଅଭିଯୋଗ କରିଥିଲେ।

Advertisment

ଉଚ୍ଛେଦ ପ୍ରକ୍ରିୟା ବନ୍ଦ ନ କଲେ ଭାରତୀୟ ଜନତା ପାର୍ଟି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ଏବଂ ଏହି ଅମାନବିକ ପଦକ୍ଷେପ ବିରୋଧରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ଓ ଏଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲା ସଭାନେତ୍ରୀ ସୂଚାଇଛନ୍ତି। ଏହି ପ୍ରତନିଧି ମଣ୍ଡଳୀରେ ବିଜେପି ନେତା ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଜିଲ୍ଲା ସମ୍ପାଦିକା ସସ୍ମିତା ପାଢ଼ୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାଏ, ଅନିଲ ଗୁପ୍ତା, ମୁରଲୀ ଗୌଡ଼, ସନ୍ତୋଷ ବିଶ୍ଵାଳ, କୈଳାଶ ତନ୍ତୀ, ସରୋଜ ନାଗ, ସତ୍ୟଜିତ ବିଶ୍ଵାଳ ପ୍ରମୁଖ ସାମିଲ ଥିଲେ।