ଚୋରାମଦ ଧରପଗଡ଼, ୬ ଗିରଫ

ବଣାଇଁଗଡ଼: ବଣାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚୋରାମଦ ଧରବଗଡ଼ କରି ୬ଜଣଙ୍କୁ ଗିରଫ କରାଯାଇଛି। ବଣାଇଁ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ସବ୍‌ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡି, ନିରଞ୍ଜନ ନାୟକ, ଏଏସ୍‌ଆଇ ତନୁ କିଶୋର ପାତ୍ର ପ୍ରମୁଖ ସଦଳବଳ ଏହି ଚଢଉରେ ସାମିଲ ହୋଇଥିଲେ। ଏଥିରେ ପଣ୍ଡୁଆ ଗ୍ରାମର ରମେଶ କିସାନ ଓ ରାତୁ କିସାନ, ଟିକରାପୋଷ ଗ୍ରାମର ଗିରିଧାରୀ ଓରାମ ଓ ଝୁମ୍ପା ଓରାମ, କେନାଭେଟା ଗ୍ରାମର ମାର୍କଣ୍ଡ ପାତ୍ର ଏବଂ ଗୋପିନାଥପୁର ଡେଙ୍ଗଇଢିପାର ଶୁକ୍ରୁ କିସାନଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ବହୁ ପରିମାଣର ଦେଶୀ ମହୁଲିମଦ ଓ ମଦ ତିଆରି ସରଞ୍ଜାମ ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର