ବାର୍‌ହା ଆକ୍ରମଣରେ ୩ ଆହତ

ସୁନ୍ଦରଗଡ଼/ବାଲିଶଙ୍କରା: ବାର୍‌ହା ଆକ୍ରମଣରେ ବାଲିଶଙ୍କରା ବ୍ଲକ ବ୍ରାହ୍ମଣମୁରା ଗ୍ରାମର ଜଣେ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁଷ୍ପାଞ୍ଜଳି ପ୍ରଧାନ (୩୫), ଗୋବର୍ଦ୍ଧନ ଭୈଷାଲ (୪୮) ଓ ବନମାଳୀ ପ୍ରଧାନ (୨୦)। ଆଜି ସକାଳ ପ୍ରାୟ ୭ଟାରେ ଏମାନେ ମହୁଲ ଗୋଟାଇବାକୁ ଯାଇଥିଲେ। ପୁଷ୍ପାଞ୍ଜଳି ମହୁଲ ଗୋଟାଉଥିବାବେଳେ ବାର୍‌ହା ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଜୀବନ ବିକଳରେ ସେ ସେଠାରୁ ଦୌଡ଼ି ପଳାଇଆସିଥିଲେ। ଏହାର କିଛି ସମୟପରେ ଉକ୍ତ ବାର୍‌ହାଟି ସେହି ଗ୍ରାମର ବନମାଳୀ ଓ ଗୋବର୍ଦ୍ଧନଙ୍କୁ କାମୁଡ଼ିଥିଲା। କିଞ୍ଜିରିକେଲା ବନପାଳ ଅଶ୍ୱିନୀ ପଟେଲ, ସାଲେପାଲି ବନପାଳ ପଞ୍ଚାନାରାୟଣ ସରାଫ ଖବର ପାଇବାପରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଆହତମାନେ ବିପଦମୁକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର