ଟ୍ରେନ୍‌ ଧକ୍କାରେ ୩ ବାର୍‌ହା ମୃତ

ହେମଗିର: ହେମଗିର ରେଞ୍ଜ ଦାଘୋରା ସେକ୍ସନର ଦାଘୋରା ଠାରେ  ଟ୍ରେନ୍‌ ଧକ୍କାରେ ୩ଟି ବାର୍‌ହା(ବଣ ଘୁଷୁରିଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ୫୫୮/୦୫ ନଂ ରେଳ ଧାରଣା ଖୁଣ୍ଟ ନିକଟରେ ଚିଟିକିଖାଡୁ ଜଙ୍ଗଲରୁ ଗର୍ଜନପାହାଡ ସଂରକ୍ଷିତ ଜଙ୍ଗଲ ଆଡକୁ ଯିବା ପାଇଁ ରେଳଧାରଣା ପାରି ହେଉଥିବା ସମୟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ୩ଟି ଯାକ ବାର୍‌ହାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ହେମଗିର ରେଞ୍ଜ ଅଧିକାରୀ ହବିରାମ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପୋତି ଦିଆଯାଇଥିବା ସୂଚନା ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଉକ୍ତ ସ୍ଥାନରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କାରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର