ବଡ଼ଗାଁରେ ଓଭରବ୍ରିଜ ଉପରେ ଓଲଟିଲା ବୋଲେରୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ଚେରମା ଜଙ୍ଗଲ ନିକଟ ବିଜୁ ଏକ୍ସପ୍ରେସ ୱେ ଓଭରବ୍ରିଜ ଉପରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସୌଭାଗ୍ୟକୁ ଗାଡ଼ିଟି ଓଭରବ୍ରିଜ ତଳକୁ ଖସି ପଡ଼ିନି। ଗାଡ଼ିରେ ବସିଥିବା ସମସ୍ତେ ସୁରକ୍ଷିତ ଥିବା ସୂଚନା ଆସିଛି। ବର୍ଷା ସମୟରେ ବୋଲେରୋ ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ତେବେ ଗାଡ଼ିଟି କେଉଁଠୁ ଆସୁଥିଲା, କେଉଁଆଡ଼େ ଯାଉଥିଲା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର