ସାପ କାମୁଡ଼ାରେ ଭାଇ ମୃତ, ଭଉଣୀ ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କଟୁରୀଧୁଆ ଗ୍ରାମରେ ଗତକାଲି ରାତିରେ ଭାଇ ଭଉଣୀ ଶୋଇଥିଲେ। ଏକ ଚିତି ସାପ ଦୁଇ ଜଣଙ୍କୁ କାମୁଡ଼ି ଦେଇଥିଲାା। ଭାଇ ଭଉଣୀ ଦୁହେଁ ପାଟି କରିବାରୁ ଘର ଲୋକ ଉଠି ସାପକୁ ଦେଖି ଥିଲେ। ସେମାନେ ତତକ୍ଷାଣାତ୍ ଉଭୟଙ୍କୁ ତୁରନ୍ତ ବଣାଇ ଡାକ୍ତରଖାନାକୁ ଆଣିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ୪ବର୍ଷ ଭାଇ(ସନ୍ଦୀପ ଓରାମ)ର ମୃତ୍ୟୁ ହୋଇଥିଲା।

ଭଉଣୀ ଅଲିଶା ଓରାମ(୧୨) ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଆଜି ସାବିତ୍ରୀ ବ୍ରତ ଥିବା ବେଳେ ଗାଁରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର