ଏସ୍‌ପିଙ୍କ ଚଢ଼ାଉ: ୨.୫ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୨ ଅଟକ

ସୁନ୍ଦରଗଡ଼: ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ପୁଲିସ ଟିମ୍‌ ସହିତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଢ଼ାବା ଉପରେ ଅତର୍କିତ ଚଢ଼ାଉ କରି ୨.୫ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼-ରାଉରକେଲା ରାଜ୍ୟ ରାଜପଥ ୧୦ ନମ୍ବର କଡ଼ରେ ବୁଡ଼ାକଟା ନିକଟରେ ଥିବା ଢ଼ାବା ଉପରେ ରାତି ୧୦ଟା ୩୦ରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ପୁଲିସକୁ ୨.୫ଗ୍ରାମ ବ୍ରାଉନସୁଗର ମିଳିଥିବା ଜଣାପଡ଼ିଛି, ଯାହାର ବଜାର ମୂଲ୍ୟ ୨ଲକ୍ଷ ୫୦ ହଜାର ଟଙ୍କା ହେବ। ବେଆଇନ ବ୍ରାଉନସୁଗର ଧନ୍ଦା ସହିତ ଜଡ଼ିତ ଢ଼ାବା ମାଲିକ ନେତ୍ର ବରିହା ଓ ତା’ର ସହଯୋଗୀକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର