ରାଉରକେଲା: ସେକ୍ଟର -୨୧ ନୟାବଜାର ବ୍ୟାଙ୍କ କଲୋନିର ଏକ ତିନି ମହଲା ପରିତ୍ୟକ୍ତ କୋଠା ଭୁଶୁଡ଼ି ପଡିଛି। କବାଟ, ଝରକା ଓ ଇଟା ଚୋରି କରୁଥିବା କିଛି ଲୋକ କୋଠା ତଳେ ଚାପି ହୋଇ ରହି ଯାଇଥିବା ସନ୍ଦେହ କରାଯାଉଛି ।
ଡିଏସପି ଅସୀମ ପଣ୍ଡା, ପ୍ଲାଣ୍ଟ ସାଇଟ ପୁଲିସ, ଅଗ୍ନିଶମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି l ବର୍ତମାନ ସୁଦ୍ଧା କାହାର କିଛି କ୍ଷତି ହୋଇ ନ ଥିବା ଜଣା ପଡିଛି l ପୁଲିସ ସନ୍ଧନୀ କୁକୁର ସହାୟତାରେ ଯାଞ୍ଚ କରୁଛି l ତିନି ମହଲା କୋଠା ବ୍ୟାଙ୍କ ଅଫ ବରୋଦାର ଥିଲା l କୋଠାରେ ପ୍ରାୟ ୪୦ରୁ ଅଧିକ କ୍ୱାର୍ଟର ରହିଥିଲା l ଗତ ପ୍ରାୟ ତିନି ବର୍ଷ ଧରି ଏହି ତିନି ମହଲା କୋଠା ପତିତ୍ୟକ୍ତ ହୋଇ ପଡ଼ିଥିଲେ ହେଁ ଭଙ୍ଗା ଯାଉ ନ ଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/b-3.jpg)