ରାଉରକେଲା: ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଟେନସା ଅଞ୍ଚଳରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋଇଡ଼ାରୁ ବାହାରିଥିବା ଏହି ବସ୍‌ ଟେନ୍‌ସାସ୍ଥିତ ଦୁର୍ଗାମନ୍ଦିର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ରାଉରକେଲା ପହଞ୍ଚିବା ପୂର୍ବରୁ ବସ୍‌ ଦୁର୍ଘଟଣା ଯୋଗୁଁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭତ୍ତି କରାଯାଇଛି।

ସମ୍ବନ୍ଧିତ ଖବର