ରାଉର‌କେଲାରେ ରାସ୍ତାରେ ବସ୍ ଓଲଟିବାରୁ ୧୦ ଆହତ, ଜଣେ ଗୁରୁତର

ରାଉରକେଲା: ରାଉରକେଲାରୁ କେନ୍ଦୁଝର ବଡ଼ବିଲ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ଶ୍ରୀଗଣେଶ ଦୁର୍ଘଟଣାଗ୍ରସ୍ତ ହୋଇଛି l ଟେନସା ଜିରୋ ପଏଣ୍ଟ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବାରୁ ଦଶ ଯାତ୍ରୀ ଆହତ ହୋଇଛନ୍ତି l ଜଣେ ଯାତ୍ରୀ ଗୁରୁତର ଆହତ ହୋଇ ଥୁବାରୁ ତାଙ୍କୁ ଟେନସାସ୍ଥିତ ସେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

ଟେନସା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ତଦନ୍ତ ଚଳାଇଛି l ବସ ସକାଳ ପ୍ରାୟ ସାଢେ ଦଶଟାରେ ରାଉରକେଲାରୁ ବଡ଼ବିଲ ଅଭିମୁଖେ ବାହାରିଥିଲା l ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ l ଟେନସା ରାସ୍ତାରେ ଯାଉଥିବା ବେଳେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ ଏପରି ହୋଇଥିବା ଯାତ୍ରୀ ମାନେ କହିଛନ୍ତି l

ସମ୍ବନ୍ଧିତ ଖବର