ପୋଲ ବାଡ଼ା ଭାଙ୍ଗି ନାଳରେ ଖସିଲା ଟ୍ରକ୍‌

ବଣାଇଁଗଡ଼: ବଣାଇଁ ଉପଖଣ୍ତ ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ରେ  ସକାଳେ ଏକ ଟ୍ରକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଟ୍ରକଟି କଲେଇପୋଷ ପଟୁ ବାରକୋଟ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଭାରସାମ୍ୟ ହରାଇ ମତୁଆଲ ପୋଲ ବାଡା ଭାଙ୍ଗି ନାଳରେ ଓଲଟି ପଡିଥିଲା। ଏଥିରେ ଚାଳକ ଅଳ୍ପକେ ରକ୍ଷା ପାଇଥିବା ବେଳେ ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର