ପାହାଡ଼ରେ ପିଟିହେଲା ସରକାରୀ ବସ: ୫ ଗୁରୁତର, ୩୦ ଆହତ

ରାଉରକେଲା: ବଣାଇ ଉପଖଣ୍ଡ ଅନ୍ତର୍ଗତ ପଙ୍କଡିହିରୁ ରାଉରକେଲା ଆସୁଥିବା ସରକାରୀ ବସ ପାହାଡ଼ରେ ପିଟି ହେବାରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ କେତେକ ଗର୍ଭବତୀ ମହିଳା ଓ ଆଶାକର୍ମୀ ଅଛନ୍ତି। ଗୁରୁଣ୍ଡିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟାରେ ଏକ ସରକାରୀ ବସ ପ୍ରାୟ  ୩୫ଜଣ ଯାତ୍ରୀଙ୍କୁ ନେଇ ରାଉରକେଲା ଆସୁଥିଲା। ଗୁରୁଣ୍ଡିଆ ତାମଡ଼ା ଜଙ୍ଗଲ ରାସ୍ତାରେ ବସଟି ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହୋଇଯାଇଥିଲା। ବସରେ ବସିଥିବା ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।

ସମ୍ବନ୍ଧିତ ଖବର