ସୁନ୍ଦରଗଡ଼: ବସ୍‌-ଡମ୍ପର ମୁହାଁମୁହିଁ ଧକ୍କାରେ ୧୦ ଆହତ, ୨ ଗୁରୁତର

ସୁନ୍ଦରଗଡ଼: ଲହୁଣିପଡ଼ା ଥାନା ଅନ୍ତର୍ଗତ ଖୁଟୁଗାଁ ନିକଟରେ ବୁଧବାର ଅପରାହ୍ନରେ ଯାତ୍ରୀବାହୀ ବସ୍‌ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ରାଜ୍ୟ ରାଜପଥ ୧୦ (କ)ରେ ଆଜି ଅପରାହ୍ନ ସାଢ଼େ ୩ଟାରେ ରାଉରକେଲା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟକୁ ଯାଉଥିବା ବସ ‘ଜଗଦମ୍ବା’ ସାଧୁବାହାଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଡମ୍ପରକୁ ଶକ୍ତ ଧକ୍କା ଦେଇଥିଲା। ବସରେ ୩୦ ଜଣ ଯାତ୍ରୀ ଥିବା ବେଳେ ଆହତଙ୍କୁ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଲହୁଣୀପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଏବଂ ଡମ୍ପରକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର