୨୦୧୪ରେ ମୋଦୀ ମନ୍ତ୍ରିମଣ୍ଡଳରେ ରାଜ୍ୟର ଏକମାତ୍ର ସାଂସଦ ଭାବେ ସ୍ଥାନ ପାଇଥିଲେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୟୀ ବିଜେପି ପ୍ରାର୍ଥୀ ଜୁଏଲ ଓରାମ୍। ଗତଥର ବିଜେଡି ପ୍ରାର୍ଥୀ ହକି ତାରକା ଦିଲ୍ଲୀପ ତିର୍କୀ ପାଖାପାଖି ୨୦ ହଜାର ଭୋଟ୍ ବ୍ୟବଧାନରେ ଜୁଏଲଙ୍କଠାରୁ ହାରି ଯାଇଥିଲେ। ୧୯୫୨ ମସିହାଠାରୁ କଂଗ୍ରେସ ସାତ ଥର ଏହି ଆସନକୁ ଅକ୍ତିଆର କରିଥିବା ବେଳେ ବିଜେପି ଜିତିଛି ଚାରି ଥର। ଅଦ୍ୟାବଧି ବିଜେଡି ଖାତା ଖୋଲି ପାରିନାହିଁ। ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେହିପରି ଆଦିବାସୀ ନେତା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_1.jpg)
ବ୍ରାହ୍ମଣୀରେ ଦ୍ବିତୀୟ ସେତୁ ନିର୍ମାଣ, ୧୪୩ ନମ୍ବର ଜାତୀୟ ରାଜପଥ, ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଏଥର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ତିନି ଦଳ ମଧ୍ୟରେ ଏଠାରେ କଡା ମୁକାବିଲା ହେବ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_2.jpg)
ତଳସରାରୁ ବାରମ୍ବାର ନିର୍ବାଚିତ ହେଉଥିବା ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ପୁଣି ଏଥର ଲଢୁଛନ୍ତି। ତା’ଛଡା ଜର୍ଜ ତିର୍କୀଙ୍କର ପୁଅ ରୋହିତ ଯୋଶେଫ୍ ତିର୍କୀ ବୀରମିତ୍ରପୁର ବିଧାନସଭା ଆସନରୁ ଏଥର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏହାଛଡା କଂଗ୍ରେସ,ବାମପନ୍ଥୀ ଦଳ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଆସନ ବୁଝାମଣା ଦଳ ପାଇଁ ସହାୟକ ହେବ ବୋଲି କୁହାଯାଉଛି। ସିପିଏମ୍ର ଏକମାତ୍ର ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କୁ କଂଗ୍ରେସ ବଣାଇ ଆସନ ଛାଡ଼ି ଦେଇଛି। ତେଣୁ କଂଗ୍ରେସ ଓ ବାମପନ୍ଥୀ ଦଳ ମଧ୍ୟରେ ଭୋଟ ବିଭାଜନ ରୋକାଯାଇପାରିବ ବୋଲି ସି.ପିଏମ୍ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି।
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_3.jpg)
ତେବେ ଶାସକ ବିଜୁ ଜନତା ଦଳ ଏଥର ସୁନ୍ଦରଗଡ଼ ଲୋକସଭା ଆସନ ଭାରତୀୟ ଜନତା ପାର୍ଟି ହାତରୁ ଛଡ଼ାଇ ନେବେ ବୋଲି ଦୃଢ ଆଶାବାଦୀ। ସୁନ୍ଦରଗଡ଼ ‘ହକିର ଏନ୍ତୁଡ଼ିଶାଳ’ ବୋଲି ବିବେଚନା କରାଯାଏ। ଗତ ବର୍ଷ ସଫଳତାର ସହ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ କରି ନବୀନ ପଟ୍ଟନାୟକ ସରକାର ବହୁ ପ୍ରଶଂସା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଳ୍ଲାରେ ନିର୍ବାଚନ ପ୍ରଚାର କରିବା ବେଳେ ଏହାର ଉଲ୍ଲେଖ କରିଛନ୍ତି। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କର କଂଗ୍ରେସରୁ ଦଳଡିଆଁ ମଧ୍ୟ ବିଜୁ ଜନତା ଦଳକୁ ସାହାଯ୍ୟ କରିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଆଶା ବାନ୍ଧିଛନ୍ତି।
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Sundergarh-Election_Inner-Page_8.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Sundergarh-Election_Thumbnail.jpg)