ରାଉରକେଲା: ରାଉରକେଲା ବାସନ୍ତୀ କଲୋନି ମାଲଗୋଦାମ ହନୁମାନ ମନ୍ଦିର ନିକଟରେ ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଲା ପରିବାର।
ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗତକାଲି ରାତିରେ ମନୋରଞ୍ଜନ ବିଶୋଇ ନିଜ କାରକୁ ଘର ଆଗରେ ରଖିଥିଲେl ରାତି ପ୍ରାୟ ସାଢ଼େ ୧୨ଟା ସମୟରେ କିଛି ଅସାମାଜିକ ଯୁବକ କାର ଉପରେ ଘୋଡ଼ା ଯାଇଥିବା ପାଲକୁ ବାହାର କରି ନିଆଁ ଲଗାଇ ଦେଇଥିଲେl ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲ l ଅଗ୍ନିଶମ ଗାଡ଼ି ପହଞ୍ଚିବା ପୂର୍ବରୁ କାରଟିର ୫୦% ଜଳିଯାଇଥିଲାl ଅସାମାଜିକ ଯୁବକମାନେ କାହିଁକି ଏମିତି କାଣ୍ଡ ଭିଆଇଲେ, ତାହା ଜଣାପଡ଼ିନିl ଉଦିତନଗର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛିl