ରାଉରକେଲା : ଆଜି ସକାଳେ ପ୍ରାୟ ୯ଟାରେ ସେକ୍ଟର-୨୦ ରାଉରକେଲା କ୍ଲବ ଛକ ରାସ୍ତାର ପାଣିଟାଙ୍କି ନିକଟରେ ଏକ କାର ନିଆଁ ଲାଗିଯାଇଥିଲା। କାରଚାଳକ ଗାଡ଼ିରୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦେଖୁ ଦେଖୁ କାରଟି ହୁତହୁତ୍ ହୋଇ ଜଳିଯାଇଥିଲା। ପିସିଆର ଭ୍ୟାନ୍ କାର୍ ଜଳୁଥିବା ଦେଖି ଆରଏସପି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

Advertisment

ଦମକଳ ବାହିନୀ ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ କାରଟି ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଜଳିଯାଇଥିବା କାରର ନମ୍ବର ହେଉଛି -ସିଜି୦୭ ଏମ୍୮୬୩୨। ସଟସର୍କିଟ ନା ଅନ୍ୟ କେଉଁ କାରଣରୁ କାରରେ ନିଆଁ ଲାଗିଲା ତାହା ଜଣାପଡ଼ିନି।