ବଣାଇ: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଫୁଲଝର ନଗରିଆ ପୋଲରୁ ୨୦ ଫୁଟ୍ ତଳକୁ ଏକ କାର୍ ଖସିବା ଫଳରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା।
ଗତକାଲି ରାତି ପ୍ରାୟ ୧ଟା ବେଳେ କେନ୍ଦୁଝରରୁ ରାଉରକେଲା ଯିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।