ସୁନ୍ଦରଗଡ଼: ଭାରସାମ୍ୟ ହରାଇ ପୋଲ ତଳକୁ ଏକ କାର୍ ଖସିବା ଫଳରେ ୪ଜଣ ଗୁରୁତର ହୋଇଛନ୍ତି । ଧରୁଆଡ଼ିହି ଥାନା କେନ୍ଦମାଲ ନିକଟ ପୋଲ ତଳକୁ କାରଟି ଖସିଯିବା ଫଳରେ କାରରେ ରହିଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି।