କୁତ୍ରା : ପଲିଥିନ୍‌ ଜଳାଶୟରେ ଛଟ୍‌ ପର୍ବ 

କୁତ୍ରା (ସୁନ୍ଦରଗଡ଼): କୋଭିଡ୍‌ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ୍‌ ପାଳିତ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ଉଦିତ ଏବଂ ଅସ୍ତର୍ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ।

ମାତ୍ର ଚଳିତ ବର୍ଷ କରୋନା ପାଇଁ ସର୍ବସାଧାରଣ ଘାଟ ଓ ନଦୀ ତୁଠରେ ଅର୍ଘ୍ୟ ପ୍ରଦାନ ଉପରେ କଟକଣା ଲାଗୁ କରାଯାଇଛି। ଏହିସବୁ ସ୍ଥାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ତେବେ ସବୁ ପର୍ବ ପରି ଏହି ପର୍ବକୁ ବିହାରୀ ସଂପ୍ରଦାୟର ମହିଳାମାନେ ଅତି ଶ୍ରଦ୍ଧାପୂର୍ବକ ପାଳନ କରିଛନ୍ତି । ତୁଠରେ ନ ହେଲା ନାହିଁ, ନିଜ ନିଜ ଘରେ ବିଶେଷ ଆୟୋଜନ କରି ରୀତିନୀତି ଅନୁଯାୟୀ ଏହି ପର୍ବ ପାଳନ କରାଯାଇଛି। କେହି କେହି ନିଜ ଘର ଛାତ ଉପରେ ପଲିଥିନ୍‌ରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସେଠାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର