ସୁନ୍ଦରଗଡ଼ରେ ଛଟପୂଜା: କିଏ ଘରେ, କିଏ ଘାଟରେ ସୂର୍ଯ୍ୟଙ୍କୁ ଢାଳିଲେ ଅର୍ଘ୍ୟ

ସୁନ୍ଦରଗଡ଼, ଆଜି ସୁନ୍ଦରଗଡ଼ରେ ବିହାରୀମାନଙ୍କ ପାରମ୍ପରିକ ପର୍ବ ଛଟପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରାଶାସନିକ କଟକଣା ମଧ୍ୟରେ କିଏ ଘରେ ଓ କିଏ ନଦୀଘାଟରେ ସମବେତ ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଢାଳିଛନ୍ତି। ଭାରତରେ ଅନେକ ପର୍ବ ମଧ୍ୟରେ ଏହା ଅନ୍ୟତମ। ୪ ଦିନ ଧରି ପାଳିତ ହେଉଥିବା ଏହି ପର୍ବର ପ୍ରଥମ ଦିନକୁ ‘ନହାୟ ଖାୟ’ କୁହାଯାଏ। ଦ୍ବିତୀୟ ଦିନକୁ ‘ଖରନା’, ତୃତୀୟ ଦିନକୁ ‘ସଞ୍ଜକି ଅରଘ୍’ ଓ ଚତୁର୍ଥ ଦିନର ପୂଜାକୁ ‘ପରନା’ କୁହାଯାଏ। ତେବେ କରୋନା ମହାମାରୀ ପାଇଁ କଟକଣା ମଧ୍ୟରେ ଅନେକ ଲୋକେ ନଦୀକୁ ଯାଇ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଆଜି ସୁନ୍ଦରଗଡ଼ ଆରଟିଓ ଅଫିସ ଘାଟରେ ବିହାରୀ ଲଳନାମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଇଥିଲେ। ତେବେ କିଛି ବିହାରୀ ପରିବାର ପ୍ରଶାସନର ବାରଣକୁ ମାନି ଘରେ କୃତ୍ରିମ ପାଣି କୁଣ୍ଡରେ ଜଳଦାନ କରିଥିଲେ। ଆରଟିଓ ଅଫିସ ଘାଟରେ ପୂର୍ବତନ କାଉନସିଲର୍ ବୀଣା ସାହୁ, ନରଦୀପ ସିଂହ, ଟିଲଟିଲ ସାହୁ, ନରେଶ ସାହୁ, ଯଶୋବନ୍ତ ସାହୁ, ଅମନ ସାହୁ ପ୍ରମୁଖ ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର