ସୁନ୍ଦରଗଡ଼ : ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କିଞ୍ଜିରକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ସୁକାନ୍ତ ତନ୍ତୀ। ତା'ବି ସେହି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଖୋଦ୍ କେନ୍ଦ୍ର ଅଧିକାରୀଙ୍କ ଠାରୁ! ଅପହଞ୍ଚ ତଥା ମାଓପ୍ରବଣ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡା. କିଶୋର ସାହୁଙ୍କୁ ମିଳିବାକୁ ଥିବା ପ୍ରୋତ୍ସାହନ ରାଶି ୨.୨୦ ଲକ୍ଷର ବିଲ୍ ପାଇଁ ଶ୍ରୀ ତନ୍ତୀ ୨୨ ହଜାର ଦାବି କରିଥିଲେ ଓ ଆଜି ଆଗୁଆ ୧୦ ହଜାର ନେଉଥିଲେ। ଯୋଜନାମୁତାବକ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଚଢ଼ଉ କରି ନଗଦ ଲାଞ୍ଚ ଟଙ୍କା ଜବତ କରିବା ସହ କିରାଣି ଶ୍ରୀ ତନ୍ତୀଙ୍କୁ ଗିରଫ କରିଛି। ଖୋଦ୍ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଠାରୁ ସେହି କେନ୍ଦ୍ରର ଜଣେ କିରାଣି ବିନା ଦ୍ବିଧାରେ ଲାଞ୍ଚ ଦାବି କରିବା ଘଟଣା ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଛି। ଏହାପରେ, ଶ୍ରୀ ତନ୍ତୀଙ୍କୁ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର କରି ଅଦାଲତ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି।
ସୁନ୍ଦରଗଡ଼ : ଡାକ୍ତରଙ୍କ ଠୁ ଲାଞ୍ଚ ନେଇ ସ୍ବାସ୍ଥ୍ୟକେନ୍ଦ୍ର କିରାଣି ଗିରଫ
/sambad/media/post_attachments/wp-content/uploads/2019/12/arrest-aajtak-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)