ରାଉରକେଲା: ଚାକିରି ଦେବା ନାଁରେ ୨ଲକ୍ଷ ଟଙ୍କା ଠକି ନେଇଯିବା ନେଇ ଝିରପାଣି ଥାନାରେ ଏକ ଏତଲା ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପୁଲିସର ସୂଚନା ଅନୁସାରେ ଝିରପାଣି କୁମ୍ଭାରଟୋଲାରେ ସୋମନାଥ ବିଷ୍ଟ୍ ରୁହନ୍ତି। ଗତ ୨୦୨୨ ମସିହାରେ ସୋମନାଥଙ୍କ ସହ ଶୁଭଶ୍ରୀ ବାରିକ, ରୁପକ ବାରିକ ଓ ସନ୍ଦୀପ ରାଉତଙ୍କ ସାକ୍ଷାତ ହେବା ପରେ ସେମାନଙ୍କ ସହ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ପରେ ଶୁଭଶ୍ରୀ ବାରିକ, ରୁପକ ବାରିକ ଓ ସନ୍ଦୀପ ରାଉତ ରାଉରକେଲା ଛାଡ଼ି ଭୁବନେଶ୍ବର ପଳାଇ ଯାଇଥିଲେ। ସେଠାରେ ଥିବାବେଳେ ସେମାନେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇଦେବା ନାଁରେ ସୋମନାଥଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏ ନେଇ ସେ ଝିରପାଣି ଥାନାର ଦ୍ବାରସ୍ଥ ହୋଇଥିଲେ।