ଚିକିତ୍ସାରେ ଅବହେଳା :ପ୍ରସବ ପୂର୍ବରୁ ଶିଶୁ ମୃତ୍ୟୁ ଅଭିଯୋଗ

କୁତ୍ରା: ଚିକିତ୍ସାରେ ଅବହେଳା ଯୋଗୁଁ କୁତ୍ରା ବ୍ଲକ୍‌ ଗୁଲେଇପଡ଼ା ନିବାସୀ ଆରତୀ ଜୟପୁରିଆ (୨୩) ଏକ ମୃତ ଶିଶୁ ଜନ୍ମ ଦେଇଥିବା ଅଭିଯୋଗ ହୋଇଛି।
ପୂର୍ବ ନିର୍ଧାରିତ ତାରିଖ ଅନୁସାରେ ସନ୍ତାନ ପ୍ରସବ ପାଇଁ ଆରତୀଙ୍କୁ ଗତ ୫ ତାରିଖ ଦିନ କୁତ୍ରା ସିଏଚସିରେ ଭର୍ତ୍ତି କରାଯାଇଥିଲା। ସେଦିନ ସନ୍ତାନ ପ୍ରସବ ନ ହେବାରୁ ଆରତୀ ଘରକୁ ଫେରି ଯାଇଥିଲେ । ଆଜି ପ୍ରସବ ଯନ୍ତ୍ରଣା ହେବାରୁ ଆରତୀଙ୍କୁ ରାଜଗାଙ୍ଗପୁର ସିଏଚସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ନ ଦେଖି ଜଣେ ନର୍ସକୁ ଦାୟିତ୍ୱ ଦେଇ ସୁନ୍ଦରଗଡ଼ ଚାଲି ଯାଇଥିଲେ। ନର୍ସ ଜଣଙ୍କ ପ୍ରସବ କରାଇ ନ ପାରି ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହାଇଟେକ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହାଇଟେକ୍‌ରେ ଚିକିତ୍ସିତ ହେବା ବେଳକୁ ଶିଶୁଟି ଗର୍ଭାଶୟରେ ମରି ଯାଇଥିଲା। ଏହି ଶିଶୁ ମୃତ୍ୟୁ ପାଇଁ ପରିବାର ଲୋକେ ରାଜଗାଙ୍ଗପୁର ଡାକ୍ତରଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର