ସୁନ୍ଦରଗଡ: ଜିଲ୍ଲାର ହେମଗିର ଵ୍ଲକ ଅନ୍ତର୍ଗତ ଗଡ଼ତୁମଲିଆ ମାଣିକେଶ୍ଵରୀ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ ହୋଇଥିବା ଜଣେ ୧୬ ଵର୍ଷର ନାବାଳିକା ଛାତ୍ରୀ ଶିଡ଼ିରୁ ଖସିପଡ଼ି ଆହତ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ ୧୬ ଵର୍ଷର ଛାତ୍ରୀଙ୍କୁ କଲେଜ କୋଠା ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା। ଶିଡି ଉପରେ ଚଢ଼ି କାମ କରୁଥିବା ବେଳେ ଝିଅଟି ଖସିପଡ଼ି ଆହତ ହୋଇଥିଲେ। ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଘଟଣାକୁ କର୍ତ୍ତୃପକ୍ଷ ଲୁଚାଇ ଝିଅର ଚିକିତ୍ସା କରାଇଥିଲେ। ଲକ୍ଡାଉନ୍ ସମୟରେ ଘଟଣାଟି ଘଟିଥିଲେ ମଧ୍ୟ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇ ରଖିଥିଲେ। ନାବାଳିକା ଜଣକ ଏବେ ସୁସ୍ଥ ହୋଇଛନ୍ତି। କିନ୍ତୁ ଶିଶୁ ଶ୍ରମିକ ନିୟୋଜିତ କରିବା ଆଇନତଃ ଅପରାଧ ହୋଇଥିଲେ ହେଁ କଲେଜ କର୍ତ୍ତୃପକ୍ଷ କିପରି ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ନିର୍ମାଣ କାମରେ ନିୟୋଜିତ କରିଥିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/74ddf2e9-8d71-4589-8c36-7c5126c720eb.jpg)