ଜମାକାରୀଙ୍କ କୋଟି କୋଟି ଠକେଇ : ସମବାୟ ସଂସ୍ଥା ସଭାପତି ଗିରଫ

ରାଉରକେଲା : ରାଉରକେଲା କୋଏଲ୍‌ନଗରରେ ‘ଆଦର୍ଶ କଞ୍ଜୁମର କୋ-ଅପରେଟିଭ୍‌ ସୋସାଇଟି ଲିଃ (ଏସିସିଏସ୍‌ଏଲ୍‌) ନାମରେ ଘରୋଇ ସମବାୟ ସଂସ୍ଥା ଖୋଲି ଶହ ଶହ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଏହାର ସଭାପତି ବିଜୟ କୁମାର ପାଢ଼ୀ (୬୮)ଙ୍କୁ କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ନିୟନ୍ତ୍ରଣ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ‘ଓଡ଼ିଶା ଜମାକାରୀ ସ୍ୱାର୍ଥ ରକ୍ଷା (ଓପିଆଇଡ଼ି) ଆଇନ୍‌-୨୦୧୧’ ଅନୁଯାୟୀ ସମ୍ବଲପୁରରେ ସ୍ଥାପିତ ସ୍ୱତନ୍ତ୍ର କୋର୍ଟରେ ଶ୍ରୀ ପାଢ଼ୀଙ୍କୁ ହାଜର କରାଯିବା ପରେ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର