କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବିଶ୍ରା: ବିଶ୍ରା ଟାଉନର ନାବାଳିକା କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ସକାଳେ ପ୍ରତିଭା ବ୍ରହ୍ମା(୧୭) କୌଣସି କାରଣରୁ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଇଥିଲେ। ଘର ଲୋକେ ନିଆଁ ଲିଭାଇ ତାଙ୍କୁ ପ୍ରଥମେ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନଥିବାରୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରୁ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର