ଟାଙ୍ଗରପାଲି : ସୁନ୍ଦରଗଡ ଜିଲ୍ଲା ବାଲିଶଙ୍ଗରା ବ୍ଲକ୍ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କର ୫ ଜଣ ସହପାଠୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଏତଲାକୁ ଭିତ୍ତି କରି ସଦର ଥାନା ପୁଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ କରୁଛି।
ଗତ ମାସ ୨୬ ତାରିଖ ଦିନ ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କର ୨ ଜଣ କଲେଜ ସାଙ୍ଗ ସହ ଭେଟ ହୋଇଥିଲା। ସେମାନଙ୍କ ସହ ଅନ୍ୟ ୩ ଜଣ କଲେଜ ସାଙ୍ଗ ଛାତ୍ରୀ ଜଣଙ୍କୁ ରାସ୍ତାରୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜଣ ପରେ ଜଣେ ଦୁଷ୍କର୍ମ କରିଥିଲେ। ବହୁ କଷ୍ଟରେ ଛାତ୍ରୀଜଣକ ଘରକୁ ଫେରି କାହାକୁ କିଛି ନ କହି ଚୁପ୍ ରହିଥିଲେ। ତେବେ ଝିଅଟି ଘରେ ଉଦାସ ରହୁଥିବାରୁ ପରିବାର ଲୋକେ ସନ୍ଦେହ କରି ତାକୁ ବାରମ୍ବାର ପଚାରିବାରୁ ସେ ଦୁଷ୍କର୍ମ ସମ୍ପର୍କରେ କହିଥିଲା। ଆଜି ଏ ସମ୍ପର୍କରେ ଏତଲା ହେବା ପରେ ପୁଲିସ ମାମଲାର ଛାନ୍ଭିନ୍ କରୁଛି।