ଠିକାଦାରଙ୍କୁ ଗୁଳିମାଡ଼, ଆଇଜିଏଚରେ ଭର୍ତ୍ତି

ରାଉରକେଲା : ଆଜି ସକାଳ ପ୍ରାୟ ସାଢେ ଛଅଟାରେ ଝିରପାଣିର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। କିଛି ଅସାମାଜିକ ଯୁବକ ମୋଟରବାଇକରେ ଆସି ଝିରପାଣି ଝରିଆକୋଚାରେ ଠିକାଦାରଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ।

ଠିକାଦାର ବାଞ୍ଛାନିଧି ତନ୍ତୀଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଝିରପାଣି ପୁଲିସ ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ଘଟଣାରେ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର