ସହରବାସୀଙ୍କୁ କରୋନା ସଚେତନ କଲେ ଏଡିଏମ, ଏସପି

ରାଉରକେଲା : କରୋନାର ଦ୍ୱିତୀୟ ଲହରୀକୁ ନେଇ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ l ୫ ଟି ରାଜ୍ୟରେ କରୋନାର ପ୍ରକୋପ ବଢି ବଢି ଚାଲିଛି । ଏହାକୁ କରୋନା ଦ୍ବିତୀୟ ଲହରୀ ଭାବେ ବିବେଚନା କରାଯାଉଛି ।

ଓଡ଼ିଶାରେ କରୋନା ବେକାବୁ ହୋଇ ନଥିଲେ ମଧ୍ୟ ଏବେ ପଜିଟିଭ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଏସପିଙ୍କୁ କରୋନା ମାର୍ଗଦର୍ଶିକା କଡାକଡି ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି । ଆଜି ରାଉରକେଲା ଇସ୍ପାତ ସହରରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଏସପି ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କୁ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଥିବା ବେଳେ ଦୋକାନୀମାନଙ୍କୁ କୋଭିଡ ପ୍ରୋଟୋକଲ କଡାକଡି ଭାବେ ମାନିବାକୁ ନିର୍ଦେଶ ଦେଇଥିଲେ ।

ବିଶେଷ କରି ପରିବା ବଜ଼ାର, ରେଲୱେ ଷ୍ଟେସନ ଆଦି ଅଞ୍ଚଳରେ ଲୋକମାନଙ୍କୁ ମାସ୍କ ପିନ୍ଧିବା  ଏବଂ କୋଭିଡ ଗାଇଡ଼ଲାଇନ୍ସ ମାନିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ କୋଭିଡ ଗାଇଡ଼ ଲାଇନ୍ସ ନମାନିଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ ।

ସମ୍ବନ୍ଧିତ ଖବର