ରାଉରକେଲାରେ ଖାଁ ଖାଁ ଚର୍ଚ୍ଚ, ଘରେ ଘରେ ପାଳିଲେ ଗୁଡ ଫ୍ରାଇଡେ

ରାଉରକେଲା : ତ୍ୟାଗ, ବଳିଦାନ ଦିବସ ହେଉଛି ଗୁଡ଼ଫ୍ରାଇଡେ l କରୋନା ଲକଡାଉନ କଟକଣା ପାଇଁ ଫିକା ପଡିଛି ସହରର ଗୁଡ଼ ଫ୍ରାଇଡେ ପାଳନ l ସହରରେ ୩୦ରୁ ଅଧିକ କାଥୋଲିକ,ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଖାଁ ଖାଁ ରହିଥିଲା l ଯେଉଁଠି ସମୂହ ପ୍ରାର୍ଥନା ପାଇଁ ପ୍ରମୁଖ ଚର୍ଚ୍ଚରେ ୬ରୁ ୭ହଜାର ଖ୍ରୀଷ୍ଟଧର୍ମାବଲମ୍ବୀ ଏକାଠି ହୁଅନ୍ତି, ସେଠି ଆଜି ଶୂନଶାନ ଦେଖିବାକୁ ମିଳିଛି l

ଫାଦରଙ୍କ ସମେତ କେବଳ ୩ ରୁ ୪ ଜଣ ମୁଖିଆଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା l ସକାଳ ୯ଟା ରୁ ଅପରାହ୍ନ ୩ଟା ଭିତରେ ସମସ୍ତ ଖ୍ରୀଷ୍ଟ ଧର୍ମାବଲମ୍ବୀ ଘରେ ପ୍ରାର୍ଥନା କରି ପ୍ରଭୁ ଯୀଶୁଙ୍କୁ ସ୍ମରଣ କରିଥିଲେ l ଏଭିଳି ସଙ୍କଟ ସ୍ଥିତିରୁ ବିଶ୍ୱବାସୀଙ୍କୁ ଉଦ୍ଧାର କରିବାକୁ ପ୍ରଭୁ ଯୀଶୁଙ୍କୁ ଦୁଃଖ ଜଣାଇଥିଲେ l

ଏହି ଅବସରରେ ଚର୍ଚ୍ଚର ମୁଖିଆଙ୍କ ପକ୍ଷରୁ ପ୍ରତ୍ୟେକଙ୍କ ମୋବାଇଲକୁ ପଠାଯାଇଥିବା ପ୍ରାର୍ଥନାଗୁଡିକୁ ପରିବାର ଲୋକ ଏକାଠି ହୋଇ ପାଠ କରିଥିଲେ l ସହରର ହମିରପୁର, ଝିରପାଣି, ଜଳଦା, ପାନପୋଷ,ଛେଣ୍ଡ, ପ୍ରଧାନପାଲି, ସିଭିଲ ଟାଉନସିପ, ରେଳବାଇ କଲୋନୀ,ଓଏମପି କଲୋନୀ, ବନ୍ଧମୁଣ୍ଡା, କଲୁଙ୍ଗା, ବେଦବ୍ୟାସ, ସେକ୍ଟର ୨ ଆଦି ଚର୍ଚ୍ଚରେ କେବଳ ମୁଖିଆ ଓ ୨ରୁ ୩ ଜଣଙ୍କୁ ନେଇ ପ୍ରାର୍ଥନା କରାଯାଇଛି l

ସମ୍ବନ୍ଧିତ ଖବର