ଖୋର୍ଦ୍ଧାରେ ୫୦ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଜାଣନ୍ତୁ ଅନ୍ୟ ସବୁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ସଂଖ୍ୟା ନିୟମିତ ଭାବେ କମିବାରେ ଲାଗିଛି ।  ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୨୨୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୫୧୭ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୭୦୩ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୮,୯୨୪ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୧୦,୯୩୦, ବରଗଡ଼ରୁ ୯,୨୬୯, ଭଦ୍ରକରୁ ୬,୯୯୨, ବଲାଙ୍ଗୀରରୁ ୭,୩୯୭, ବୌଦ୍ଧରୁ ୨,୬୫୫, କଟକରୁ ୨୭,୦୭୩, ଦେବଗଡ଼ରୁ ୧,୧୨୩, ଢେଙ୍କାନାଳରୁ ୫,୩୯୨, ଗଜପତିରୁ ୩,୯୦୪, ଗଞ୍ଜ‌ାମରୁ ୨୧,୪୩୧, ଜଗତ୍‌ସିଂହପୁରରୁ ୮,୨୧୭, ଯାଜପୁରରୁ ୧୧,୨୨୦, ଝାରସୁଗୁଡ଼ାରୁ ୬,୭୪୨, କଳାହାଣ୍ଡିରୁ ୫,୫୯୭, କନ୍ଧମାଳରୁ ୫,୭୮୬, କେନ୍ଦ୍ରାପଡ଼ାରୁ ୮,୧୯୫, କେନ୍ଦୁଝରରୁ ୬,୮୭୬, ଖୋର୍ଦ୍ଧାରୁ ୫୦,୧୯୯, କୋରାପୁଟରୁ ୭,୬୨୧, ମାଲକାନଗିରିରୁ ୫,୦୬୩, ମୟୂରଭଞ୍ଜରୁ ୧୨,୨୦୦, ନବରଙ୍ଗପୁରରୁ ୫,୫୩୭, ନୟାଗଡ଼ରୁ ୬,୨୪୮, ନୂଆପଡ଼ାରୁ ୬,୨୮୫, ପୁରୀରୁ ୧୩,୧୧୦, ରାୟଗଡ଼ରୁ ୮,୧୯୪, ସମ୍ବଲପୁରରୁ ୮,୩୪୬, ସୁବର୍ଣ୍ଣପୁରରୁ ୪,୫୯୧, ସୁନ୍ଦରଗଡ଼ରୁ ୧୧,୧୧୩, ଷ୍ଟେଟ୍‌ପୁଲ୍‌ରୁ ୭,୭୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର