ସୁନ୍ଦରଗଡ଼: କାଉନସିଲରଙ୍କ ସଭ୍ୟପଦ ରଦ୍ଦ କରି ନିକଟତମ ପ୍ରତିଦ୍ବନ୍ଦୀଙ୍କୁ କାଉନସିଲର କଲେ କୋର୍ଟ। ରାଜଗାଙ୍ଗପୁର ପୌରପରିଷଦର ୯ନମ୍ୱର କାଉନସିଲର ଅନ୍ତରୀକ୍ଷ ପଲେଇଙ୍କ ସଭ୍ୟ ପଦକୁ ରଦ୍ଦ କଲେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍। ନାମାଙ୍କନ ପତ୍ର ଦାଖଲ କରିଥିବା ସମୟରେ ଅନ୍ତରୀକ୍ଷ ପଲେଇ ମିଥ୍ୟା ସତ୍ୟପାଠ କରିଥିବା ନେଇ ଅଭିଯୋଗ ହୋଇଥିଲା।

Advertisment

ତାକୁ ଆଧାର କରି ସଭ୍ୟ ପଦକୁ ରଦ୍ଦ କରିବା ସହିତ ନିକଟତମ ପ୍ରତିଦ୍ବନ୍ଦୀ ପୂର୍ଣ୍ଣଚନ୍ଦ୍ର ରାଉତଙ୍କୁ କାଉନସିଲର ଭାବରେ ଘୋଷଣା କରିବା ପାଇଁ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍।