ରାଉରକେଲା : ଜଙ୍ଗଲୀ ବାରହା ଆକ୍ରମଣରେ ଦମ୍ପତି ଗୁରୁତର

ରାଉରକେଲା : ଆଜି ପୂର୍ବାହ୍ନରେ ଚାର୍ଡି ପାହାଡ଼ରେ ବାର‌୍‌ହା ଆକ୍ରମଣରେ ପତି ପତ୍ନୀ ଗୁରୁତର ହୋଇଛନ୍ତି। ମହୁଲ ଫୁଲ ସ˚ଗ୍ରହ କରୁଥିବାବଳେ ବାର‌୍‌ହା ଅଚାନକ ଆକ୍ରମଣ କରିଥିଲା। ଉଭୟଙ୍କୁ ଜଙ୍ଗଲ ବିଭାଗ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି। ଜଙ୍ଗଲ ବିଭାଗ ପକ୍ଷରୁ ଉଭୟଙ୍କୁ ଚିକିତ୍ସା ପାଇଁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି।

ଚାର୍ଡି ସ˚ରକ୍ଷିତ ଜଙ୍ଗଲ ନିକଟସ୍ଥ ନିଜ ଜମିରେ ଥିବା ମହୁଲ ଗଛ ତଳୁ ଲୋଡସରା ଗାଁର ଆଗପିତ ଡାଙ୍ଗ (୪୦) ଓ ତାଙ୍କ ପତ୍ନୀ ନିମନ୍ତୀ ଡାଙ୍ଗ ମହୁଲ ଗୋଟାଉଥିଲେ। ଦିନ ପ୍ରାୟ ୧୧ଟା ବେଳେ ଏକ ବାର‌୍‌ହା ଅଚାନକ ଉଭୟଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି କୁଆରମୁଣ୍ତା ଫରେଷ୍ଟ ରେଞ୍ଜ ଅଧିକାରୀ ସୁଧା˚ଶୁ ସାହାଣୀଙ୍କୁ ଖବର ଦେଇଥିଲେ। ଶ୍ରୀ ସାହାଣୀ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୁଆରମୁଣ୍ତା ଓ ପରେ ରାଉରକେଲା ସରକାରୀ ହସ୍ପିଟାଲ ପଠାଥିଲେ। ପରେ କୁଆରମୁଣ୍ତା ଫରେଷ୍ଟର ଓ ଫରେଷ୍ଟ ଗାର୍ଡମାନେ ସେଠାରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର