ସୁନ୍ଦରଗଡ଼: କରୋନା ସଂକ୍ରମଣ ସମୟରେ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳାମାନେ ଅଧିକ ସମସ୍ୟାରେ ପଡ଼ିଛନ୍ତି। କାରଣ ଏମାନଙ୍କର କରୋନା ଚିକିତ୍ସା ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ଏଯାଏ ବିଶେଷକରି ଠିକଣା ହୋଇନାହିଁ। ଏହିପରି ରୋଗୀଙ୍କଠୁ ଅନେକ ଘରୋଇ ଡାକ୍ତରଖାନା ମୁହଁ ମୋଡ଼ି ଦେଉଥିବା ଘଟଣା ବର୍ତ୍ତମାନ ନିୟମିତ ଘଟୁଛି।
ଏଭଳି ପରିସ୍ଥିତିରେ ବିଶ୍ରାର ସାପ୍ତାହିକ ବଜାର ବସ୍ତିରେ ରହୁଥିବା ରେଣୁ ତିୱାରୀ ଗତକାଲି ଅପରାହ୍ନ ପ୍ରାୟ ୨ ଟା ସମୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଡାକ୍ତରଖାନାରେ ସିଜରିଆନ୍ ଅପରେସନ୍ ମାଧ୍ୟମରେ ଏହା କରା ଯାଇଛି। ଶିଶୁର ଓଜନ ୩.୫ କିଲୋଗ୍ରାମ ରହିଛି। ଜନ୍ମ ପରେ ଡାକ୍ତର କହିଛନ୍ତି ଯେ ଶିଶୁଟି ସମ୍ପୂର୍ଣ ଭାବରେ ସୁସ୍ଥ ଅଛି। ପ୍ରାୟ ୧୦ ଦିନ ପୂର୍ବେ ରେଣୁ କୋରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ। କାଲି ସକାଳେ ପ୍ରସବ ପୀଡ଼ା ହେବାପରେ ପରିବାର ଲୋକ ରେଣୁଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ରେଣୁ କରୋନା ପଜିଟିଭ୍ ଥିବାରୁ ତାଙ୍କୁ ଏକାଧିକ ଘରୋଇ ଡାକ୍ତରଖାନା ଭର୍ତ୍ତି କରିବାକୁ ରାଜି ହୋଇ ନଥିଲେ।
ଶେଷରେ ସ୍ଥାନୀୟ ସାମାଜିକ କର୍ମୀ ମୁକେଶ ସାହୁଙ୍କ ସହାୟତାରେ ପରିବାର ଲୋକେ ରେଣୁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଦେଖି ଡାକ୍ତରଖାନାର ଡାକ୍ତରମାନେ ସିଜରିୟାନ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଡାକ୍ତରମାନେ ମହିଳାଙ୍କୁ ପିପିଇ କିଟ୍ ପିନ୍ଧାଇ ଅପରେସନ ଥିଏଟରକୁ ନେଇ ଯାଇଥିଲେ। ସେଠାରେ କରୋନା ପଜିଟିଭ ରେଣୁ ଏକ ସୁନ୍ଦର କରୋନା ନେଗେଟିଭ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ରେଣୁଙ୍କ ପରିବାର ଏଥିପାଇଁ ଡାକ୍ତରଖାନାର ଡାକ୍ତରମାନଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Covid-Positive-Women-Borns-Healthy-Baby_Thumbnail.jpg)