ରାଉରକେଲା ବେଦବ୍ୟାସରୁ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ, ଡ୍ରାଇଭର୍‌ ଗିରଫ

ରାଉରକେଲା : ରାଉରକେଲା ବେଦବ୍ୟାସ ନିକଟରୁ ଗତକାଲି ରାତି ପ୍ରାୟ ସାଢେ ଦଶଟା ବେଳେ ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ ହୋଇଛି l ପିକ୍‌ଅପ୍‌ ଜବତ କରି ପୁଲିସ୍‌ ଚାଳକକୁ ଗିରଫ କରିଥିବା ବେଳେ ହେଲ୍‌ପର ସ୍ଥାନ ଛାଡ଼ି କେଉଁଆଡ଼େ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ସୁନ୍ଦରଗଡ଼ କୁତ୍ରା ଖତଖୁରବାହାଲରୁ ରାଉରକେଲା ଦେଇ ଗୋରୁକୁ ବିଶ୍ରା ଚାଲାଣ କରାଯାଉଥିଲା l ସେହି ସମୟରେ ବଜରଙ୍ଗକର୍ମୀ ସୁରଜ ଝା, ମୋହିତ ରାଠି,ଚନ୍ଦ୍ରକାନ୍ତ ପ୍ରଧାନ,ଶିବ ପ୍ରସାଦ,ରମେଶ ରଜକ ପ୍ରମୁଖ ଗାଡିକୁ ଧରି ବ୍ରାହ୍ମଣୀ ତରଙ୍ଗ ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍‌ ଆସି ସେଠାରେ ପହଞ୍ଚି ଗାଡ଼ିରୁ ୧୧ ଗୋରୁଙ୍କୁ ଉଦ୍ଧାର କରି ବେଦବ୍ୟାସ ଗୋଶାଳାକୁ ପଠାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସକାଳ ପ୍ରାୟ ସାତଟାରେ ବିଶ୍ରା ଛକ ସିଆଇଏସଏଫ ଗେଟ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍‌  ଜବତ ହୋଇଥିଲା l ହେଲପର ଗିରଫ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଫେରାର ହୋଇ ଯାଇଥିଲେ l ଗୋରୁମାନଙ୍କୁ ‌ସୁନ୍ଦରଗଡ଼ କୁତ୍ରା ଖତଖୁରବାହାଲରୁ ବିଶ୍ରା ଚାଲାଣ କରାଯାଉଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କୁତ୍ରା ଖତଖୁରବାହାଲରୁ ବିଶ୍ରା, ଝାରଖଣ୍ଡ ଆଦି ଅଞ୍ଚଳକୁ ମାସକୁ ପ୍ରାୟ ୨୦ ରୁ ୩୦ ଗାଡି ଗୋ ଚାଲାଣ ହେଉଛି l

ସମ୍ବନ୍ଧିତ ଖବର

Comments are closed.