ଭୁବନେଶ୍ବର: ଆଜି ରାଜ୍ୟରେ ୭୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୭୯ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆଜି ୨୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି।
ଏବେ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ ହୋଇଥିବା ବେଳେ, ବାଲେଶ୍ବରରେ ୬୪୫, ବରଗଡ଼ରେ ୨୦୯, ଭଦ୍ରକରେ ୩୧୪, ବଲାଙ୍ଗିରରେ ୨୭୩, ବୈଦ୍ଧରେ ୬୪, କଟକରେ ୧,୧୪୬, ଦେଓଗଡ଼ରେ ୬୬, ଢେଙ୍କାନାଳରେ ୧୧୨, ଗଜପତିରେ ୬୬୪, ଗଞ୍ଜାମରେ ୫,୦୯୮, ଜଗତ୍ସିଂହପୁରରେ ୪୭୦, ଯାଜପୁରରେ ୯୩୪, ଝାରସୁଗୁଡ଼ାରେ ୨୦୭, କଳାହାଣ୍ଡିରେ ୮୫, କନ୍ଧମାଳରେ ୨୦୬, କେନ୍ଦ୍ରାପଡ଼ାରେ ୩୩୩, କେନ୍ଦୁଝରରେ ୩୮୩, ଖୋର୍ଦ୍ଧାରେ ୧,୭୪୪, କୋଟାପୁଟରେ ୨୨୧, ମାଲକାନଗିରିରେ ୨୬୬, ମୟୂରଭଞ୍ଜରେ ୪୩୩, ନବରଙ୍ଗପୁରରେ ୧୩୪, ନୟାଗଡ଼ରେ ୩୧୫, ନୂଆପଡ଼ାରେ ୧୦୦, ପୁରୀରେ ୩୯୨, ରାୟଗଡ଼ାରେ ୧୮୬, ସମ୍ବଲପୁରରେ ୧୩୬, ସୁବର୍ଣ୍ଣପୁରରୁ ୪୯ ଓ ସୁନ୍ଦରଗ ଜିଲ୍ଲାରେ ୭୬୦ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସମୁଦାୟ ୧୬,୧୧୦ ଆକ୍ରାନ୍ତ ହୋଇଥିବା ବେଳେ ୧୦,୮୭୭ ଜଣ ସୁସ୍ଥ ହୋଇ ସାରିଲେଣି। ୫,୧୨୪ ଜଣ ସକ୍ରିୟ ରହିଥିବା ବେଳେ ୮୩ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି।