ସୁନ୍ଦରଗଡ଼ ଆରଟିଓ ଅଫିସ କଡ଼ରେ ମହିଳାଙ୍କ ଶବ

ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଆରଟିଓ ଅଫିସ ପାଚେରି କଡ଼ରେ ଏକ ଅଜଣା ମହିଳାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ପାଖରେ ଗୋଟିଏ ବ୍ୟାଗ୍ ମଧ୍ୟ ପଡ଼ିଛି। ମହିଳାଙ୍କ ମୁହଁରୁ ପାଣି ବାହାରିଥିବାବେଳେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମହିଳାଙ୍କ ପରିଚୟ ମିଳି ନଥିବାରୁ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର