ନିଖୋଜ ନାବାଳିକାର ମୃତଦେହ ଠାବ, ହତ୍ୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲିଠାରୁ ନିଖୋଜ ଥିବା ଜଣେ ନାବାଳିକାର ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି। ତାକୁ କେହି ଦୁର୍ବୃତ୍ତ ହତ୍ୟା କରିଥିବାର ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଟିକାୟତପାଲି ଥାନାର ସାନଝରଣ ଗ୍ରାମର ସୁମତୀ ମୁଣ୍ଡା ଗତକାଲିଠାରୁ ନିଖୋଜ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ପାଇନଥିଲେ। ଆଜି ସକାଳୁ ସାନ ଝରଣ ନିକଟ ରାସ୍ତାରେ ସୁମତୀଙ୍କ ଶବ ପଡ଼ିଥିବା ଦେଖିଥିଲେ। କେହି ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକ ସନ୍ଦେହ କରୁଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିଛି। ସ୍ଥାନୀୟ ଲୋକଙ୍କ ବୟାନ ଅନୁଯାୟୀ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର