ରାଉରକେଲା: ରାଉରକେଲାର ଶିବାଜୀ ନଗର ସେକ୍ଟର ୧୬ ସମ୍ମୁଖ ଟ୍ରି ପ୍ଲାଣ୍ଟେସନ ପଡ଼ିଆର ଗଛରୁ ଝୁଲନ୍ତା ଅବସ୍ଥାରେ ଏକ ବୃଦ୍ଧଙ୍କ ଶବ ଉଦ୍ଧାର ହୋଇଛି l ସେକ୍ଟର -୧୫ ପୁଲିସ ଓ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି।
ମୃତକଙ୍କ ନାମ ଶଶଧର ସାହୁ। ବୟସ ପାଖାପାଖି ସତୁରି ହେବ। ଶିବାଜୀ ନଗର ବସ୍ତିରେ ପଚାଶ ବର୍ଷ ହେବ ରହି ଆସୁଥିଲେ।ବହୁ ବର୍ଷ ପୂର୍ବେ ମାଛ ବେପାର କରୁଥିଲେ। ପରେ ସେ ଜଣେ କ୍ୟାଟରର ପାଖରେ ପରିବା କଟା କାମ କରୁଥିଲେ। ବସ୍ତିରେ ସେ ଏକକୀ ରହୁଥିଲେ। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହ ଅନୁସନ୍ଧାନ ଜାରି ରଖିଛନ୍ତି।
ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର
/sambad/media/post_attachments/wp-content/uploads/2021/12/0e62faae-964b-47b8-87ab-d4b376d40af5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)