ସୁନ୍ଦରଗଡ଼: ହେମଗିର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତହେଦ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହକୁ ପୁଲିସ ତାଙ୍କ ଘର ପଛପଟରୁ ଉଦ୍ଧାର କରିଛି। ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ମହିଳା ଜଣକ ୨ ଦିନ ତଳେ ଶୌଚ ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ।

Advertisment

ସୂଚନା ଅନୁସାରେ ହେମଗିର-ଡୁରୁବଗା ଠାରେ ଜୈନିକ ବିବାହିତାଙ୍କ କ୍ଷତିବିକ୍ଷତ ଉଲଗ୍ନ ମୃତଦେହ ପୁଲିସ ଉଦ୍ଧାର କରିଛି। ମହିଳାଙ୍କ ନାମ ମଥୁରା ରୋହିଦାସ(୩୦)। ସେ ସ୍ୱାମୀ ସୁକମନ୍ତ ରୋହିଦାସଙ୍କ ସ୍ତ୍ରୀ। ଘର ଠାରୁ ୧୦୦ ମିଟର ଦୂର ଜଳାଶୟ ଭିତରେ ବୁଦାରେ ମୃତଦେହ ପଡ଼ିଥିବା ଦେଖି ଘରଲୋକେ ପୁଲିସକୁ ସୂଚନା ଦେଇଥିଲେ। ମହିଳାଙ୍କ ମୃତଦେହ ସଂପୂର୍ଣ୍ଣ ରୂପେ ଉଲଗ୍ନ ହୋଇ ପଡିଥିବା ବେଳେ ନିକଟରେ ତାଙ୍କ ଶାଢ଼ୀ ଏବଂ ଏକ ପ୍ଲାଷ୍ଟିକ ବାଲଟି ପଡିଥିଲା। ମହିଳାଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳା ଗତ ନଭେମ୍ବର ୨୨ରେ ନିଖୋଜ ଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା।

ମୃତ ମହିଳା ସୁକମନ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ଓ ତାଙ୍କ ୩ଟି ଝିଅ ଅଛନ୍ତି। ମଥୁରା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଇଟାଭାଟିକୁ ସକାଳେ କାମ କରିବାକୁ ଯାଇ ମଧ୍ୟାହ୍ନ ୧୨ ଟା ଘରକୁ ଫେରି ଖାଇପିଇ ଅପରାହ୍ନରେ ନିକଟସ୍ଥ ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇ ପ୍ରାୟ ସନ୍ଧ୍ୟା ୫ଟାରେ ଫେରିଥିବା ଘରଲୋକେ କହିଛନ୍ତି। ସେ ନିଖୋଜ ଥିଲେ। ସାଇଣ୍ଟିଫିକ ଟିମ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ତଦନ୍ତ ଚଳାଇଛି।